
ମୁରିବାହଲ,୭ l ୬(ଉକିଆ 24ନ୍ୟୁଜ ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତର ଘୁଷୁରାମୁଣ୍ଡା ଗ୍ରାମଠାରେ ମାଁ ବରାଖୁଲେନ କ୍ରିକେଟ କ୍ଲବ ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଭା ଜା ପା ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ରୂପେ ମୂରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିକାଶ ମଞ୍ଚ ମୁରିବାହାଲ ସଭାପତି ଫାଲଗୁନି ହାତୀ ସମ୍ପାଦକ ଅମରେଶ ମାଝୀ, କୋଷାଧକ୍ଷ ହରିଦାସ ତାଣ୍ଡି,ପିଙ୍କୁ ବାଗ, ମଦନ ଥାଟି ସକାଳ ଖବର କାଗଜ ମୁରିବାହାଲର ପ୍ରତିନିଧି କେଦାର ବଡଜେନା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଫାଇନାଲ ମ୍ୟାଚ ଘଣ୍ଟବାହାଲ ଓ ମୁରିବାହାଲ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମୁରିବାହାଲ କ୍ରିକେଟ ଦଳ ୬ ୱାକେଟରେ ବିଜୟୀ ହୋଇଥିଲେ l ଘଣ୍ଟବାହାଲ ଦଳ ପ୍ରଥମ ବେଟିଙ୍ଗ କରି ୭ ଓଭର ୩ବଲ ରେ ୪୦ ରନରେ ଅଲ ଆଉଟ ହେଇଥିବା ବେଳେ ମୁରିବାହାଲ ଦଳ ୫ଓଭର ୨ବଲ ରେ ୪୧ରନ କରି ବିଜୟ ଲାଭ କରିଥିଲେ l ବିଜୟୀ ଦଳକୁ ୭ ହଜାର ଓ ରନର ଦଳକୁ ୫ ହଜାର ଅତିଥି ମାନେ ଟ୍ରଫିସହ ପ୍ରଦାନ କରିଥିଲେ l ସରୋଜ ଖମାରି, ପିଙ୍କୁ ଭୋଇ ଖେଳ ପରିଚାଳନା କରିଥିଲେ କମିଟିର ସଭାପତି ଧୂଲେଶ୍ୱର ମହାନନ୍ଦ ସମ୍ପାଦକ ହେମସାଗର ପ୍ରଧାନୀ, ଚଞ୍ଚଳ ବାଗ, ଶିବା ସାହୁ, ରାକେଶ ପୁଷ୍ଟି, ଶ୍ରଦ୍ଧାକର ବାଗ, ଦୁଲମଣି ଗହୀର, ସୁଶୀଲ ବାଗ, ମଣ୍ଟୁ ହାନୀ, କାନ୍ଥ କଅଁର,ନୃପରାଜ ମେହେର,ମନୋଜ ବାଗ,ସୁଦାମ କୁଅଁର ସହ ସମସ୍ତ କମିଟିର ସଦସ୍ୟ ସହଯୋଗ କରିଥିଲେ l ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଖେଳ ସମାପନ ହୋଇଥିଲା ଶେଷରେ ଉଭୟ ଦଳକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା